ଆଜିଠୁ ଚିଲିକା ଓ ସମ୍ବଲପୁର ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା, ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ

ଖୋର୍ଦ୍ଧା: ଆଜିଠୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀ ଗଣନା। ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ ହୋଇଛନ୍ତି। ଚିଲିକା ଓ ସମ୍ବଲପୁର ହୀରାକୁଦ ଡ୍ୟାମରେ ଚାଲିଛି ପକ୍ଷୀ ଗଣନା । ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ସେନେଇ ହେଉଛି ଗଣତି । କୋରାପୁଟ ବନଖଣ୍ଡର ୫ଟି ବନାଞ୍ଚଳରେ ବି ଚାଲିଛି ପକ୍ଷୀ ଗଣନା । ସେହିପରି ବଣାଇର ୮ଟି ରେଞ୍ଜରେ ପକ୍ଷୀ ଗଣନା ଜାରି ରହିଛି ।

ତେବେ ପକ୍ଷୀ ଗଣନା ପାଇଁ ଗତକାଲିଠୁ ପ୍ରଶିକ୍ଷଣ ନେଇଥିଲେ ନିୟୋଜିତ କର୍ମଚାରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଯୋଗଜୟାନନ୍ଦ RCCF ଭୁବନେଶ୍ୱର ଯୋଗଦେଇ ଉଦଘାଟନ କରିଥିଲେ । ବମ୍ବେ ନାଚୁରଲ ହିଷ୍ଟି ଅଫ ସୋସାଇଟିର ଡକ୍ଟର ସତ୍ୟା ସେଲବମ ପ୍ରଶିକ୍ଷଣ ଦେଉଥିବା ବେଳେ, ପକ୍ଷୀ ଏକ୍ସପଟ, ବିଶେଷଜ୍ଞ, ଓୟୁଏଟି ଛାତ୍ର ଛାତ୍ରୀ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ କର୍ମଚାରୀ ସରକାରୀ ଓ ବେସରକାରୀ କର୍ମଚାରୀ ସମେତ CDA କର୍ମଚାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କିପରି ଭାବରେ ପକ୍ଷୀ ଗଣନା କରାଯିବା ତାହାରି ଉପରେ ପ୍ରଶିକ୍ଷଣ ଦିଆଯାଇଛି ।