ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀଗଣନା । ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ ବୋଲି କୁହାଯାଉଛି । ଏଥିପାଇଁ ୨୧ ଟି ସେକ୍ଟର ଗଠନ କରାଯାଇଛି । ୩୦ ଜଣ ବନ ଅଧିକାରୀ , ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀ ସାମୀଲ ହେବା ସହ ୭୮ ଜଣ ଅଂଶ ଗ୍ରହନ କରିଛନ୍ତି । ଗଣନା ପାଇଁ ଟିମ ସଦସ୍ୟ ବାଇନାକୁଲାର ଓ ଲାଇଫ ଜାକେଟ ବ୍ୟବହାର କରିଛନ୍ତି । ସମ୍ବଲପୁର , ବରଗଡ ଓ ଝାରସୁଗୁଡା ଜିଲ୍ଲାର ୩୨ ଟି ମତ୍ସ୍ୟଜୀବୀ ଡଙ୍ଗା ସମିଲ ହୋଇଛି । ପକ୍ଷୀ ବସା ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜୀବୀ ଗଣନାରେ ସାମିଲ ହୋଇଛନ୍ତି ।