ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

କଳାହାଣ୍ଡି : ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ। କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ମୁଖ୍ୟ ରାସ୍ତା ର ପେରମଞ୍ଜି ଉଦ୍ୟାନ ବିଭାଗ ନର୍ସରୀ ଘାଟିରେ ଘଟିଛି ଏଭଳି ଅଘଟଣ । ଦୁର୍ଘଟଣାରେ ବାଇକ୍ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ପଛରେ ବସିଥିବା ନାବାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଲାପାଟ ପଞ୍ଚାୟତ ର ନାରସି ନାଏକଙ୍କ ପୁଅ ମଳୟ ନାଏକ (ବୟସ ୨୩) ବୋଲି ଜଣାପଡିଛି ।ସେହି ମଟରସାଇକେଲ ରେ ଆଉ ଜଣେ ( ୧୭ ବର୍ଷର )ଦୀପକ ମାଝୀ ନାମକ ବାଳକ ପଛପଟେ ବସିଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ କର୍ଲାପାଟ ଥାନା ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।