ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକଙ୍କ ମୃତ୍ୟୁ ଦୁଇ ଗୁରୁତର

ଥୁଆମୂଳ ରାମପୁର( ସୁଶାନ୍ତ ନାୟକ);- ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ବାଲିସରା ଡମ ମସାଣି ନିକଟରେ । ସୂଚନା ମୁତାବକ , ମୃତ ବାଇକ୍ ଚାଳକ ଜଣକ ହେଉଛନ୍ତି ବାଲିସରା ଗ୍ରାମର ଧନେଶ୍ୱର ନାଏକ (୫୨)ବୋଲି ଜଣା ପଡିଛି । ଧନେଶ୍ୱର ବାଲିସରା ରୁ ଭବାନୀପାଟଣା ରାସ୍ତା ଦେଇ ଯାଉଥିବା ବେଳେ ଆଉ ଏକ ବାଇକ ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଧନେଶ୍ୱର ଙ୍କ ମୃତ୍ୟୁ ହେଇଥିବା ଜଣା ପଡିଛି । ଅନ୍ୟ ଏକ ବାଇକ ରେ ତିନି ଜଣ ବାଲିସରା ମୁଣ୍ଡା ପଡ଼ା ଠାରୁ ଥୁଆମୂଳ ରାମପୁର ରାସ୍ତା ପଟେ ଯାଉଥିବା ସମୟରେ ଧକ୍କା ହେବା ଫଳରେ ମୁଣ୍ଡା ପଡ଼ା ର ପର୍ଶୁରାମ ମାଝୀ (୨୦) ଏବଂ ପୁରାଣ ମାଝୀ (୨୨) ଙ୍କୁ ଗୁରୁତର ଅବସ୍ଥାରେ ପଡି ରହିଥିବା ଦେଖି ଗାଁ ଲୋକେ ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇ ଥିଲା।