ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାାଣ କାର୍ଡ

କେନ୍ଦ୍ରାପଡ଼ା : ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ନୂଆ ଜୀବନ ପାଇଲେ ମହିଳା । ଟିଉମରରୁ ମୁକ୍ତ ହେଲେ କେନ୍ଦ୍ରାପଡ଼ା ପୌରପାଳିକା ୫ନମ୍ବର ୱାର୍ଡ ଅଯୋଧ୍ୟା ନଗରର ଶୁକ ମଲ୍ଲିକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୩.୭ଳଶ ର ଟିଉମର ଅପ୍ରେସନ ରେ ମିଳିଛି ସଫଳତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକାର୍ଡ ପାଇଁ ବଞ୍ଚିଗଲା ଜୀବନ । କେନ୍ଦ୍ରାପଡ଼ା ର ସ୍ଥାନୀୟ ଘରୋଇ ବର୍ଷା ନର୍ସିଙ୍ଗ ହୋମ ଠାରେ ହୋଇଥିଲା ସଫଳ ଅସ୍ତ୍ରୋପ୍ରଚାର । ଡ଼ ଦେବପ୍ରସାଦ ସାହୁ ଡ଼ ସ୍ୱମ୍ୟକାନ୍ତ ଙ୍କ ଉଦ୍ୟମମ ରେ ହୋଇଥିଲା ଅପ୍ରେସନ । ଏହି ସଫଳ ଅପରେସନ ପରେ ଖୁସି ଅଛନ୍ତି ଶୁକ ଓ ତାଙ୍କ ପରିବାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ଧାରାରୁ ସୃଷ୍ଟ ତଥା ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥିବା ହିତାଧିକାରୀ ମନେ ମାଗଣାରେ ସମ୍ପୂର୍ଣ ଚିକିତ୍ସା ସୁବିଧା ପାଇ ରୋଗ ମୁକ୍ତ ହେଉଥିବା ଦେଖିବାକୁ ମିଳୁଛି । ରୋଗ କବଳ ରେ ପଡି ଛଟପଟ ହେଉଥିବା ଶୁକ ମଲ୍ଲିକ ବର୍ତ୍ତମାନ ସୁସ୍ଥ ଓ ଆରୋଗ୍ୟ ହେବାପରେ ନୂଆ ଜୀବନ ପାଇଛନ୍ତି । ଏଥି ନିମନ୍ତେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ।