ପୁଣି ଲାଲବାହିନୀର ବର୍ବର କାଣ୍ଡ , ଜାଳିଦେଲେ ୭ଟି ଟ୍ରାକ୍ଟର

ନିର୍ବାଚନ ପରଠାରୁ ଧୀରେ ଧୀରେ ବୃଦ୍ଧି ପାଇବାର ଲାଗିଛି ମାଓହିଂସା ।

(ମାଲକାନଗିରି) : ନିର୍ବାଚନ ପରଠାରୁ ଧୀରେ ଧୀରେ ବୃଦ୍ଧି ପାଇବାର ଲାଗିଛି ମାଓହିଂସା । ମାଲକାନଗିରି ସୀମାନ୍ତ ବିଜାପୁରରେ ପୁଣି ଦେଖିବାକୁ ମିଳିଛି ଲାଲବାହିନୀର ବର୍ବର ହିଂସାକାଣ୍ଡ ।

ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟରରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି ମାଓବାଦୀ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଘଟଣା ସଂପର୍କରେ ସୂଚନା ପାଇ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହାକୁ ବିରୋଧ କରି ମାଓବାଦୀମାନେ ରବିବାର ରାତିରେ ଠିକା କମ୍ପାନୀର କ୍ୟାମ୍ପ୍‌ରେ ପହଞ୍ଚି ୭ଟି ଟ୍ରାକ୍ଟରରେ ନିଆଁ ଲଗାଇ ପୋଡି ଦେଇଛନ୍ତି।