ଭୁବନେଶ୍ୱର : ଆଜି ହେଇଛି ପବିତ୍ର ବଡ ଓଷା ଓ ପଞ୍ଚୁକର ୪ ର୍ଥ ଦିନ । ସାଧାରଣତ ଏହି ଦିନରେ ଶୈବପୀଠରେ ଭିଡ ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯିବା ଉପରେ ନିଷେଦ୍ଧାଦେଶ ରହିଛି । କେବଳ ପୂଜକ ଓ ମନ୍ଦିରରେ ନିୟୋଜିତ ସେବକଙ୍କୁ ନେଇ ମନ୍ଦିରର ନୀତି ନିୟମ କରାଯିବ । ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ବଡଓଷା କାରଣରୁ ବିଶେଷତଃ ଧବଳେଶ୍ୱର ଓ ଅନେକ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ବିନା ଖାଁ ଖାଁ ସମସ୍ତ ମନ୍ଦିର ରହିଛି।