ରାଜନଗର; ଆଜିଠାରୁ ବନ୍ଦ ଭିତରକନିକା । ଏବେ ପର୍ଯ୍ୟଟକ ମାନଙ୍କ ବନ୍ଦ ରହିବ ଭିତରକନିକା ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଉଦ୍ୟାନ । ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା ଯିବାକୁ ବାରଣ କରାଯାଇଛି ।
ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି । ଏହି ୩ମାସ ଭିତରକନିକା ଭିତରେ ବୋଟ ମଧ୍ୟ ଚଳାଚଳ କରିବ ନାହିଁ । ଏନେଇ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।