ଭୁବନେଶ୍ୱର : ଆଜି ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ |
ଏହି ଅବସରରେ କବି ଭୀମଭୋଇଙ୍କର କାଳଜୟୀ କବିତାରୁ ପଦେ ଆଦୃତ କରି ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଗଣଶିକ୍ଷାମନ୍ତ୍ରୀ | ଏଥିସହ ଓଡ଼ିଶାରେ ସଫଳତା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କ ଉଦାହରଣ ଦେଇ ପିଲାମାନଙ୍କୁ ଆଗକୁ ସଫଳ ପାଇଁ ପ୍ରେରଣା ଦେଇଥିଲେ ବିଧାୟକ ଅନନ୍ତ ନାରାୟଣ ଜେନା |