ଜଗତସିଂହପୁର/ପ୍ରତାପ : ସି.ଜଗତସିଂହପୁର ଜିଲ୍ଲା ସଦର ମହକୁମାଠାରେ ଜଗତ ଜନନୀ ମା ଦୁର୍ଗାଙ୍କ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ମହାସମାରୋହରେ ପାଳିତ ହୋଇଯାଇଛି. ଗତକାଲି ଅପରାହ୍ନରେ ସହରର ସମସ୍ତ ୨୩ଟି ମେଢ଼ ଭସାଣୀ ମେଲଣ ପାଇଁ ବାଜା, ବାଣ ସହ ରୋଷଣୀରେ ବିଭିନ୍ନ କମିଟିର ସଦସ୍ୟ ମାନେ ନାଚି ନାଚି ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖ ପଡ଼ିଆରେ ପହଞ୍ଚି ଥିଲେ । ସାନବଜାର ଥାନପତି ମହାଦେବ କ୍ଲବ ପକ୍ଷରୁ ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ କର୍ମକର୍ତ୍ତା ମାନେ ସମସ୍ତ ମେଢ଼ଙ୍କୁ ସ୍ଵାଗତ କରିବା ସହ ଭୋଗହାଣ୍ଡି ପ୍ରଦାନ କରିଥିଲେ। ମେଲଣ ପରେ ଗାଲୁପଡା, କଲେଜ ଛକ, ପୁରୋହିତପୁର ଆଦି ସ୍ଥାନରେ ନିର୍ମିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ଭସାଣି ଉପଲକ୍ଷେ ସହରରେ ଶାନ୍ତିସୁଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ବ୍ୟବସ୍ଥା କରାଯାଇଥିଲା । କାଁ ଭା କ୍ଵଚିତ ଜାଗାରେ ଛୋଟମୋଟ ଗଣ୍ଡଗୋଳକୁ ଛାଡିଦେଲେ ସ୍ୱାଭାବିକ ଭାବେ ଶାନ୍ତିଶୁଙ୍ଖଳା ସହ ମାଆଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।