(ସୋନପୁର / ଓମ ପ୍ରକାଶ ମିଶ୍ର ): ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଥାଏ ଭାଇ ଜିଉଁନ୍ତିଆ କ୍ଷ ସେହିପରି ସୁବର୍ଣ୍ଣପୁର ସହରରେ ଥିବା ଖମେଶ୍ୱରୀ ମନ୍ଦିର ରେ ଏହି ଓଷା ଦିନ ଭଉଣୀ ମାନେ ଏକତ୍ର ହୋଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓଷା ପାଳନ କରୁଥିବା ଦେଖିବାକୁ ମିଳିଛି।ଭାଇର ସୁରକ୍ଷା ଓ ଦୀର୍ଘ ଜୀବନ କାମନା କରି ଭଉଣୀ ଟିଏ ଦିନ ସାରା ନିର୍ଜଳା ଉପବାସ ରହି ମା ଦୂର୍ଗା ଦେବୀ ଙ୍କ ଠାରେ ପ୍ରାର୍ଥନା କରିଥାଏ କ୍ଷ ଏହିପୂଜା କୋଠି ରେ ଖଣ୍ଡା ସ୍ଥାପନ କରିବା ସହିତ ୮ ପ୍ରକାର ଫୁଲ, ୮ ପ୍ରକାର ଫଳ, ୧୦୮ ଦୁବ, ୧୦୮ ଅକ୍ଷତ ଅରୁଆ ଚାଉଳ, ଜିଉଁନ୍ତିଆ ଆଦି ସଂଗ୍ରହ କରି ସାଳ ପତ୍ର ରେ ଥୋଇ ମା ଦୂର୍ଗା ଙ୍କ ଠାରେ ଅର୍ପଣ କରୁଥିବା ଦେଖିବାକୁ ମିଳିଛି।