ଭୁବନେଶ୍ଵର: କଲବଲ କରୁଛି ତାତି । ଆକାଶରୁ ବର୍ଷୁଛି ଅଗ୍ନିବର୍ଷା । ସକାଳୁ ଅସହ୍ୟ ତାତି ଅନୁଭୂତ ହେଉଥିବାରୁ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଏପଟେ ସକାଳ ସାଢେ ୮ ଟା ସୁଦ୍ଧାର୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠାରୁ ପାଲଟିଛି ଉତ୍ତପ୍ତ ସହର । ସେହିପରି ବାଲେଶ୍ୱରରେ ୩୫.୪ ଡିଗ୍ରୀ , ଫୁଲବାଣୀରେ ୩୪.୬ ଡିଗ୍ରୀ, ଭୁବନେଶ୍ଵରରେ ୩୪.୪ ଡିଗ୍ରୀ, କଟକ ୩୪.୨, କେନ୍ଦୁଝର ଓ ବାରିପଦା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ବି ସିଭିୟର ହିଟ୍ୱେଭ୍ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଏବଂ ନୂଆପଡାରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରାଯାଇଛି ।