ହରଭଙ୍ଗା: BEO ଅଫିସ ବରିଷ୍ଠ କିରାଣୀ ଙ୍କୁ ଧରୀଲା ଭିଜିଲାନ୍ସ । BEO ଅଫିସ ବରିଷ୍ଠ କିରାଣୀ ରବିନାରାୟଣ ପାଢୀ ଚଣେ ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ରବିନାରାୟଣ ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କୁ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଅନୁସୟା ରବିନାରାୟଣଙ୍କୁ ଆଜି ୨୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ରବିନାରାୟଣଙ୍କ ବୁଟୁପାଲିସ୍ଥିତ ବାସଭବନରେ ବି ଚଢାଉ କରିଥିଲା। ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।