ଉପକାରୀ ସଜନା ଛୁଇଁ, ଖାଇଲେ ମିଳିବ ଅନେକ ଫାଇଦା

0

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ । ଇଂରାଜୀରେ ଏହାକୁ ଡ୍ରମାଷ୍ଟିକ ତଥା ମୋରିଙ୍ଗା କୁହାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆମ ଦେଶ ମୋରିଙ୍ଗାର ସବୁଠୁ ବଡ ଉତ୍ପାଦକ । ସଜନା ଗଛ ବହୁତ ଜଲଦି ବଢିଥାଏ । ଏହାର ଫଳ ସହିତ ପତ୍ର ଓ ଫୁଲ ବି ଖାଦ୍ୟ ଉପଯୋଗୀ ହୋଇଥାଏ । ଏଥିରେ ପ୍ରୋଟିନ, ଏମିନୋ ଏସିଡ, ବିଟା କ୍ୟାରଟିନ ଓ ବିଭିନ୍ନ ଫିନୋଲିକ ରହିଥାଏ । ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ ।

ସଜନା ଛୁଇଁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଭଲ। ସଜନା ଛୁଇଁ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସଜନା ଛୁଇଁ ଆମ ଶରୀରର ହାଡ଼କୁ ମଜବୁତ୍‌ କରିଥାଏ। ଫଳରେ ଗଣ୍ଠିବିନ୍ଧା ପରି ସମସ୍ୟା ବିଶେଷ ହୋଇନଥାଏ। ଏହାକୁ ଖାଇବା ଦ୍ବାରା ନିଶ୍ବାସଜନିତ ସମସ୍ୟା ଦୂର ହୋଇଥାଏ।

ସଜନା ଛୁଇଁ ଖାଇବା ଦ୍ବାରା କେଶ ମଜବୁତ ହୋଇଥାଏ। କେଶ ଝଡ଼ିବ‌ା ସମସ୍ୟା ହ୍ରାସ ପାଇଥାଏ। ତେବେ ସବୁ ପରିବା ପାଇଁ ଯେପରି ସୀମା ରହିଛି, ସଜନା ଛୁଇଁ ଖାଇବାର ବି ଗୋଟେ ସୀମା ଅଛି। ଏହାକୁ ଅତ୍ୟଧିକ ପରିମାଣରେ ଖାଇଲେ ଗ୍ୟାସ୍‌ ହୋଇ ପେଟ ଦରଜ ପରି ସମସ୍ୟା ହୋଇଥାଏ। ସଜନା ଛୁଇଁରେ ଥିବା ଭିଟାମିନ୍‌ ସି ତ୍ବଚାକୁ ମଧ୍ୟ ଯୁବା ଦିଶିବାରେ ସାହାଯ୍ୟ କରେ। ସଜନ ଛୁଇଁ ଖାଇଲେ ତ୍ବଚାର ରୁକ୍ଷପଣ କମ୍‌ ହୋଇଥାଏ।