ନବରଙ୍ଗପୁର/ଟୁକୁନା ଖୁରା: ମନ୍ଦିରରେ କେବଳ ମଣିଷ ହିଁ ଯାଇ ଭଗବାନଙ୍କୁ ଦର୍ଶନ କରି ପୂଜା କରୁଥିବା ଆମେ ଦେଖିଛୁ। କିନ୍ତୁ ଭାଲୁ ମଧ୍ୟ ମନ୍ଦିର ଭିତରକୁ ପଶି ଭଗବାନଙ୍କ ଦର୍ଶନ କରି ଭୋଗ ଖାଇଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଲପା ଗ୍ରାମର ବୋଲି ଜଣାପଡ଼ିଛି।ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଗ୍ରାମରେ ଥିବା ରାଧାକାନ୍ତ ମନ୍ଦିର ଭିତରେ ଏକ ଭାଲୁ ମନ୍ଦିରର ଗ୍ରୀଲ ଭାଙ୍ଗି ଭିତରେ ପଶି ଯାଇଥିଲା।ଏବଂ ମନ୍ଧିର ଭିତରେ ଥିବା ନଡ଼ିଆ, କଦଳୀ,ଘିଅ ଖାଇ କିଛି ସମୟ ମନ୍ଦିର ଭିତରେ ରହିବା ପରେ ଗ୍ରାମ ନିକଟ ମକା ବାଡ଼ ଭିତରକୁ ଚାଲିଯାଇଥିଲା। ବନ୍ୟଜନ୍ତୁ କୁ ଖାଦ୍ୟ ଅଭାବ ହେବାରୁ ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହେଉଥିବାରୁ ସଲପା ଗ୍ରାମବାସୀ ଏବେ ଭୟଭୀତ ହୋଇଛନ୍ତି।ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।