ପୁରୀ/ଜୟନ୍ତ କୁମାର ସେଠି : ପୁରୀ ଜିଲ୍ଲା ପୋଲିସ୍ ତତ୍ତ୍ଵାବଧାନରେ ସାଇବର ଠକେଇକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାଇବର ଠକେଇରୁ କିଭଳି ବର୍ତୀ ହେବ, କିଭଳି ପୋଲିସକୁ ଅଭିଯୋଗ କରିହେବ ସେ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ବୈଠକ ପୁରୀ ହୋଟେଲ୍ଆସୋସିଏସନର କର୍ମକର୍ତ୍ତା, ଟ୍ରାଭେଲ୍ ଏଜେଣ୍ଟ, ହୋଟେଲ୍ ମ୍ୟାନେଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନେକ ସମୟରେ ସାଇବର ଠକ ମାନେ ଲୋକଙ୍କୁ ଭୁଆଁ ବୁଲାଇ ଠକେଇ କରୁଥିବା ବେଳେ ଏ ନେଇ ପୋଲିସରେ ଅଭିଯୋଗ କରିବାକୁ ବୈଠକରେ ଆଲୋଚୋନା ହୋଇଥିଲା। ସେହିପରି ହୋଟେଲ୍ ବୁକିଙ୍ଗ ବେଳେ ପର୍ଯ୍ୟଟକମାନେ ଠକେଇର ଶିକାର ହେଉଥିବା ବେଳେ ଏଭଳି ଘଟଣା ନଜରକୁ ଆସିଲେ ସଙ୍ଗେ ସଙ୍ଗେ ପୋଲିସକୁ ହୋଟେଲ୍ ମାନେ ଜଣାଇ ବାକୁ ପୁରୀ ଏସପି କହିଛନ୍ତି। ପର୍ଯ୍ୟଟକ ହେଉଛନ୍ତି ଆମର ଅତିଥି ।
ସେମାନେ ଠକେଇର ଶିକାର ହେଲେ ତାଙ୍କୁ ସମବେଦନା ଦେବା ସହ ସମସ୍ତ ସାହାଯ୍ୟ ହୋଟେଲ୍ ପକ୍ଷରୁ ଯୋଗାଇ ଦେବାକୁ ବୈଠକରେ ମତ ପ୍ରକାଶ ପାଇ ଥିଲା। ସମସ୍ତ ହୋଟେଲ, ଟ୍ରାଭେଲ ଏଯେଣ୍ଟଙ୍କ କାର୍ଯ୍ୟାଳୟରେ ପୁରୀ ପୋଲିସର ନମ୍ବର ରହିବ। ଯେଉଁ ମାନେ ଏହି ଦାୟିତ୍ଵରେ ରହିବେ ତାଙ୍କୁ ପୋଲିସ ପକ୍ଷରୁ ସାଇବର ଭଲ୍ୟୁଣ୍ଟର ଭାବେ ପରିଚୟ ଦିଆଯିବ। ତେବେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଠକେଇର ଶିକାର ହେଲେ ସେମାନଙ୍କ ସହାୟତା ପାଇଁ ସମସ୍ତେ ଆଗେଇ ଆସିବାକୁ ପୁରୀ ଏସପି ଅନୁରୋଧ କରିଛନ୍ତି। ସାଇବର ଠକେଇ ମାମଲାର ଅଭିଯୋଗ ପାଇଁ ପୁରୀ ପୋଲିସ ପକ୍ଷରୁ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ୱର୍ 6370 967100 ଜାରି କରାଯାଇଛି।