ବାତ୍ୟା ୟସକୁ ନେଇ ସଜାଗ ଇଣ୍ଡିଆନ୍ କୋଷ୍ଟଗାର୍ଡ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ)- ସମ୍ଭାବ୍ୟ ବାତ୍ୟା ୟସ କୁ ନେଇ ସଜାଗ ହୋଇଛି ଇଣ୍ଡିଆନ୍ କୋଷ୍ଟଗାର୍ଡ। ସମୁଦ୍ର ମଝିରେ ମାଛ ଧରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ରେ ମାଇକ ଯୋଗେ ସଚେତନ କରିଛି କୋଷ୍ଟଗାର୍ଡ । ଓଡ଼ିଶା ପଶ୍ଚିମବଙ୍ଗ ର ଉପକୂଳରେ ବାତ୍ୟାର କେନ୍ଦ୍ରସ୍ଥଳ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି। ଆସନ୍ତା କାଲି ସୁଧା ମତ୍ସ୍ୟଜୀବୀ ମାନେ ସମୁଦ୍ର ରୁ ଫେରିଯିବା ପାଇଁ ସମୁଦ୍ର ମଝିରେ କୋଷ୍ଟଗାର୍ଡ ପକ୍ଷରୁ ପ୍ରୟାସ ଜାରି ରହିଥିବା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛି ପାରାଦ୍ଵୀପ କୋଷ୍ଟଗାର୍ଡ।