ଦୀର୍ଘ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ବସ୍ତର ଅଞ୍ଚଳ

ନୂଆଦିଲ୍ଲୀ-: ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ର ସରାକର ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ପରେ ଭୁଷଶୁଡିଛି ମାଓଗଡ । ଗତ ସପ୍ତାହରେ ଛତିଶଗଡର ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୭ମାଓବାଦୀ ନିହତ ହେବା ସହ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ବାସବ ରାଜୁର ମୃତ୍ୟୁ ହୋଇଥିଲା । ଆଉ ଏବେ ଦୀର୍ଘ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ବସ୍ତର ଅଞ୍ଚଳ । ଉଗ୍ରବାଦୀ ପ୍ରଭାବିତ ଜିଲ୍ଲାରୁ ବସ୍ତର ବାଦ ପଡିଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଦେଶର ୧୮ଟି ଜିଲ୍ଲାକୁ ମାଓ ଗତିବିଧି ଅଞ୍ଚଳ ନେଇ ଦର୍ଶାଯାଇଛି । ସେହି ତାଲିକାରେ ଛତିଶଗଡର ୬ଟି ଜିଲ୍ଲା ରହିଛି । ସବୁଠୁ ବଡ କଥା ହେଉଛି ଛତିଶଗଡର ବସ୍ତର ଓ କୋଣ୍ଡଗାଁ ମାଓଗଡ ଭାବେ ପରିଚିତ ଥିବା ବେଳେ ଏବେ ଏହି ତାଲିକାରୁ ବାଦ ପଡିଛନ୍ତି । ତେବେ ୮୦ଦଶକରୁ ମାଓଗଡ ଭାବେ ପରିଚିତ ଥିଲା ବସ୍ତର ଅଞ୍ଚଳ ।