କଟକ: ବର୍ଷା – ଅନୁଭବ ପାରିବାରିକ ବିବାଦ ମାମଲା । ଆଜି ପୁଣିଥରେ ଅନୁଭବଙ୍କୁ ଜେରା କରାଯାଇଛି । ମାମଲାର ଅନ୍ୟତମ ସାକ୍ଷୀ ତଥା ବର୍ଷାଙ୍କ ଭଉଣୀ ମଧ୍ୟ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ତାହା ସଂପୂର୍ଣ୍ଣ ହୋଇପାରିନି । ସମସ୍ତ ଅଭିଯୋଗକୁ ମିଛ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଅନୁଭବ । ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଉଛି । ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ପୁରୀଘାଟ ଥାନାରେ ଏତଲା ଦେଇଥିଲେ ବର୍ଷା । ଅନୁଭବ ଓ ତାଙ୍କ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । ତେବେ ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ । ହେଲେ ଏହାପରେ ବି ବର୍ଷାଙ୍କ ଅଭିଯୋଗ କ୍ରମେ ଏହି ବିବାଦ ଏବେ ବି ଲାଗି ରହିଛି ।