ବରୀ: ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ ଏହି ଅବସରରେ ସାରା ବିଶ୍ଵ ଯୋଗ ଦିବସକୁ ସରସ ସୁନ୍ଦର ଭାବେ ପାଳନ କରୁଥିବା ବେଳେ ଆଜି ଯାଜପୁର ଜିଲା ବରୀ ବ୍ଲକ ଅଲିଆବାଦ ଖେଳ ପଡିଆରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରୀର ଅବସର ପ୍ରାପ୍ତ ନୌସେନା ଅଧିକାରୀ କବୀର୍ ଦାସଙ୍କ ତତ୍ତ୍ଵାବଧାନରେରେ ସକାଳୁ ପିଲାଠୁ ବୃଦ୍ଧା ଯୁବକ ଯୁବତୀ ମହିଳାମାନେ ସମସ୍ତେ ଖେଳ ପଡିଆରେ ଏକତ୍ରିତ ହୋଇ ଯୋଗ ଶିବିରରେ ଯୋଗ ଦେଇଥିଲେ। ଯୋଗ ଦ୍ୱାରା ମଣିଷ ଶରୀର ସୁସ୍ଥ ଓ ନିରାମୟ ରହିବା ସହ ମସ୍ତିଷ୍କ ସୁସ୍ଥ ରହେ ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କର, ଉତ୍ତମ ମୁଦୁଲି, ସୁଶାନ୍ତ ପଣ୍ଡା, ସ୍ମରଜିତ ମହାନ୍ତି, ବିଦ୍ୟାଧର ଦାସ ପ୍ରମୁଖ ପରିଚାଳନା କରିଥିଲେ।