ବାପୁଜୀ ନଗର ମାର୍କେଟ ଅନିର୍ଦ୍ଧିଷ୍ଟକାଳ ପାଇଁ ସିଲ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟରେ ଲକଡାଉନ କଟକଣା ଲାଗୁ କରାଯାଇଛି । ବିଶେଷ କରି ଅତ୍ୟାବଶ୍ୟକ କାମ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ହେଲେ କିଛି ଅମାନିଆ ବାହାରେ ବୁଲୁଥିବା ବେଳେ ବାପୁଜୀ ନଗର ମାର୍କେଟରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲ । ଯାହାକି ଲକଡାଉନ ନିୟମ ଉଲଙ୍ଘନ ଘଟଣାରେ ବାପୁଜୀ ନଗର ମାର୍କେଟକୁ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି । ଜରୁରୀ ସମାଗ୍ରୀକୁ ଛାଡି ଦେଲେ ଆଉ ସମସ୍ତ ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି ।

ସୂଚନାମୁତାବକ, ରାଜଧାନୀ ଭୁବନେଶ୍ୱରରେ ଲକଡାଉନ ନିୟମ ସକାଳ ୭ ରୁ ରାତି ୭ଟା ପର୍ଯ୍ୟନ୍ତ କୋହଳ ହେବା ପରେ ଲୋକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହେବା ପରେ ଦୋକାନ ଖୋଲିବାକୁ ନେଇ ଗାଇଡଲାଇନ୍ସ ଜାରି ହୋଇଥିଲା । ଯେଉଁ ଦୋକାନୀ ଗୁଡିକୁ ବିଏମସି ପକ୍ଷରୁ ଅନୁମତି ମିଳିବ ସେହି ଦୋକାନ ଖୋଲିବାକୁ କୁହାଯାଇଛି । ହେଲେ ବାପୁଜୀ ନଗର ମାର୍କେଟରେ ଆଜି ଅନ୍ୟ କିଛି ଦୋକାନ ବିଏମସିର ବିନା ଅନୁମତିରେ ଦୋକାନ ସବୁ ଖୋଲିଥିଲେ । ଏ ନେଇ ଲୋକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା । ଆଉ କିଛି ଲୋକ ବିନା ମାସ୍କରେ ବୁଲୁଥିବା ବେଳେ ଅନ୍ୟ କିଛି ଲୋକ ମାର୍କେଟରେ ସାମଜିକ ଦୂରତା ନ ମାନି ଜିନିଷ କିଣୁଥିଲେ । ଫଳରେ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତ୍ରୃତ୍ୱରେ ବିଏମସି ଓ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମିଳିତ ଚଢଉ କରି ବାପୁଜୀ ନଗର ମାର୍କେଟକୁ ସିଲ କରିଥିଲା । ଲୋକଙ୍କ ଅତ୍ୟାବଶ୍ୟକ ଦୋକାନକୁ ଛାଡିଦେଲେ ସେଠାରେ ଅନ୍ୟ କୌଣସି ଦୋକାନ ନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜଧାନୀ ଭୁବନେଶ୍ୱର ରେଡ ଜୋନରେ ଥିବା ବେଳେ ଲୋକମାନେ ସାମଜିକ ଦୂରତା ଭୁଲି ମାର୍କେଟରୁ ଜିନିଷ କିଣୁଛନ୍ତି । ଏଥିପାଇଁ ବିଏମସି ପକ୍ଷରୁ ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି ।

ସୂଚନାମୁତାବକ,ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ୪୩୭ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ୩୪୯ ଜଣ ଚିକିତ୍ସିତ ଅଛନ୍ତି ।୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।