ରାୟଗଡା / ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ପଞ୍ଚାୟତ ଠାରେ ଆଖ ପାଖ ର ଚାରୋଟି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା କାର୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ବିଜୁସ୍ଵ।ସ୍ଥ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ଉପାଦକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଶିରି କୁମ୍ବରିକା, ଉପ ସଭାନେତ୍ରି ଶ୍ରୀମତୀ ଅନିତା ପିଡିକାକା, ବିଷମ କଟକ ସମବାୟ ସମିତି କର୍ୟ୍ୟ ନିର୍ବାହ ଅଧିକାରୀ ଶ୍ରୀ ସାନ୍ତୁନୁ ସ।ହୁ, ଗୁଣୁପୁର ଏ.ଅର୍.ସି.ଏସ୍, ଲେମ୍ଫ ଡାଇରେକ୍ଟର, ସରାପଞ୍ଚ ଶ୍ରୀ ଅଜିତ ସରକା, ଚନ୍ଦ୍ରବତି କୁମ୍ବିରିକା, ଜୟନ୍ତୀ ସାରାକା, ଚାରୋଟି ପଞ୍ଚାୟତ ଅଧୀନ ରେ ଥିବା ସମସ୍ତ ଫାର୍ମର ଓ ଲେମ୍ଫ କର୍ମ କର୍ତ୍ତା ଓ ଡୁକୁମ୍ , ର।ସିକଲା , ସାହାଡ଼ା, ଝିଗିଡି ପଞ୍ଚାୟତର ଚାଷୀ ମାନଙ୍କ ନେଇ କାର୍ୟ୍ୟକ୍ରମ ଟି ଅନୁଷ୍ଟିତ ହୋଇଥିଲା। ଋଣ ପ୍ରଦାନ ଓ ବ୍ୟାଙ୍କ ସମ୍ବନ୍ଦରେ ଆଲୋଚନା କରାଯାଇ ଚାଷୀ ମାନେ ସ୍ଵ।ଭଲମ୍ଭି କରାଇବା ଦିଗରେ ସେମାନଙ୍କ ଆର୍ଥିକ ଅନୁଦାନ ପ୍ରଦାନ କରିବା ପାଇଁ ସରକାରଙ୍କ ଦ୍ଵାରା କରାଯାଇଥିବା ଯୋଜନା ବିଷୟର ଚାଷୀମାନଙ୍କୁ ଅବଗତ ଓ ଏହି ବିଷୟରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।