ରାଉରକେଲାରୁ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ରାଉରକେଲା: ରାଉରକେଲାରୁ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଓଡିଶାର ପ୍ରଥମେ ପୁରୀରୁ ହୱେଡା ମଧ୍ୟରେ ଚଳାଚଳ ଆରମ୍ଭ ହୋଇଥିଲା । ଏବେ ଏହି ଏକ୍ସପ୍ରେସ ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରିବାକୁ ଯାଉଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏହା କେବେଳ ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରିବବୋଲି ସ୍ପଷ୍ଟ ହୋଇନାହିଁ କିନ୍ତୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁଯାଇ ଏହି ଦ୍ୱିତୀୟ ବନ୍ଦେଭାରତ ଏକ୍ସପ୍ରେସ ପୁରୀରୁ ହିଁ ଛରଡିବ । ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଅନୁଗୋଳ, ତାଳଚେର, ସମ୍ବଲପୁର, ଝାରସୁଗୁଡା ପରେ ରାଉରକେଲାରେ ପହଞ୍ଚିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ପୁରୀକୁ ଯାତ୍ରା କରିପାରିବେ। ରାଜ୍ୟ ସରକାର ତିନିଟି ରୁଟ୍ ଯଥା ପୁରୀ -ହାୱଡା, ପୁରୀ-ରାଉରକେଲା ଓ ଭୁବନେଶ୍ବର-ସିକନ୍ଦରାବାଦ୍ ଚଳାଚଳ କରିବାକୁ ଦାବି କରିଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୁବନେଶ୍ବର ଆୟୋଜିତ କାର୍ୟ୍ୟକ୍ରମରେ ରଥଯାତ୍ରା ପୂର୍ବରୁ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବ ବୋଲି ଘୋଷଣା କରିଥିଲେ। ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଉରକେଲାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିଲେ ପଶ୍ଚିମ ଓଡ଼ିଶାବାସୀ ବେଶ୍ ଉପକୃତ ହେବେ।