ଆଗାମୀ ଦିନରେ ବାଲୁଗାଁ ଏନ୍ ଏ ସି ହୋଇଯିବ କି ସ୍ମାର୍ଟ ଏନ୍ ଏ ସି !

ସତରେ ଚିଲିକାବାସି ବହୁତ ମହାନ୍। ବିଧାୟକ ପୁଣି ଯୋଜନା ବୋର୍ଡ୍ ଅଧ୍ୟକ୍ଷ ରୁପେ ପ୍ରଶାନ୍ତ ଜଗଦେବଙ୍କୁ ପାଇ ଚିଲିକା ମାଟି

(ଚିଲିକା / ଦିବ୍ୟକାନ୍ତ ବେହେରା) : ସତରେ ଚିଲିକାବାସି ବହୁତ ମହାନ୍। ବିଧାୟକ ପୁଣି ଯୋଜନା ବୋର୍ଡ୍ ଅଧ୍ୟକ୍ଷ ରୁପେ ପ୍ରଶାନ୍ତ ଜଗଦେବଙ୍କୁ ପାଇ ଚିଲିକା ମାଟି ଆଜି ମନେ ପକେଇଦୋଉଛି ବୀର ପାଇକ ଛୁଆ ର ଗାଥା। ଏଇ ଚିଲିକା ମାଟିରେ ଅନେକ ନେତା ମନ୍ତ୍ରୀ ହୋଇକି ନିଜ ମାଟି ମା ପାଇଁ ଯାହା କରି ନ ଥିଲେ କିନ୍ତୁ ଆଜି ବିରତ୍ଵର ସହ କରିକି ଦେଖେଇଦେଇଛନ୍ତି ପାଇକ ପୁଅ ପ୍ରଶାନ୍ତ ଜଗଦେବ। କଥାଟି ହେଲା ଅନେକ ଦିନ ହେବ ବାଲୁଗାଁ ଏବଂ ବାଣପୁର କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ବାଲୁଗାଁ ସହର ଜାକରେ ପକ୍କା ରୋଡ୍ ଅଛି କିନ୍ତୁ କେମିତି ସେ ଯନ୍ତ୍ରୀଙ୍କ ଭେଜା ରୋଡରୁ ପାଣି ଗଡିକି ଯିବା ପରିବର୍ତ୍ତେ ରୋଡ୍ ରେ ପାଣି ଜମି କି ରହୁଚି। ବାଲୁଗାଁ ଏନ୍ ଏ ସି ପାଣ୍ଠିରେ ପାଇସା ଅଛି ବୋଲି ଯୋଉଠି ଅସୁବିଧା ଅଛି ସେଠି ପଇସା ଖର୍ଚ୍ଚ ନ କରି ଯୋଉଠି ଚିକ୍କଣ ଚାକ୍କଣ ଥିବ ତାକୁ ପୁଣି ମରାମତି ବାହାନାରେ ଟେଣ୍ଡର କରି ଲକ୍ଷ ଲକ୍ଷ ଟଙ୍କା କରିଦିଅନ୍ତି ସ୍ଵାହା। ଯାହାକି ଆଜି ଏ ଭଳି ପରିସ୍ଥିତ ଉପୁଜିଛି ବାଲୁଗାଁ ଏବଂ ବାଣପୁର ସହର ରେ। ସେ ଯାହାବି ହେଉ କିନ୍ତୁ ବାଲୁଗାଁ ଏନ୍ ଏ ସି ବାସୀ ଆଜି ନିଜକୁ ବହୁତ ଗର୍ବ ଅନୁଭବ କରୁଛନ୍ତି କାରଣ ସ୍ଵାୟତ ଶାସନ ଦିବସ ୩୧/୦୮/୨୦୨୧ରିଖ ଦିନ ବାଲୁଗାଁ ଏନ୍ ଏ ସି କୁ ପ୍ରମାଣ କରି ଦେଖେଇଦେଇଛନ୍ତି ବାଲୁଗାଁ ଏନ୍ ଏ ସି ହେଉଛି କେବଳ ରାଜ୍ୟ ସ୍ତରରେ ନୁଁହ ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଛି ସ୍ମାର୍ଟ ଏନ୍ ଏ ସି ରୁପେ।

ସେହି ଦିନ ମଦନ ମହାପାତ୍ରଙ୍କ ଘରଠାରୁ ଦେବାଶିଷ ମହାପାତ୍ରଙ୍କ ଘର ପର୍ଯ୍ୟନ୍ତ ୧୨ଲକ୍ଷ ୭୭ହଜାର ୨୪୭ଟଙ୍କା ବ୍ୟରେ ବନିସାରିଥିବା ଗୋଟେ ନବ ନିର୍ମିତ ପକ୍କା ରୋଡର ଉଦଘାଟନ ଉତ୍ସବରେ ବିଧାୟକ ଜଗଦେବ ଯୋଗ ଦେଇ ରିବନ କାଟିବା ସହ ଲେଖା ପ୍ରସ୍ତର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉକ୍ତ ରାସ୍ତାଟି ସଂଯୋଗ କରିଛି ବାଲୁଗାଁ ଏବଂ ବାଣପୁର ମୁଖ୍ୟ ରାସ୍ତାକୁ। ବାଲୁଗାଁ ବାଣପୁର ମୁଖ୍ୟ ରାସ୍ତାରେ ଜମା ହୋଇକି ରୁହେ ଆଣ୍ଠୁଏ ଆଣ୍ଠୁଏ ପାଣି। କିନ୍ତୁ ବିଧାୟକ ମହୋଦୟ ସେହି ରାସ୍ତା ଉପରେ ୫ମିନିଟ୍ ଠିଆ ହୋଇ ରିବନ କାଟିବେ ବୋଲି ବିଧାୟକଙ୍କ କର୍ମୀମାନେ ବିଧାୟକଙ୍କ ପାଇଁ ରାସ୍ତାରେ ଗାଲାପ ପାଖୁଡା ଛିଞ୍ଚନ କରିବା ସହ ରାସ୍ତା ଉପରେ ଜମିଥିବା ଆଣ୍ଠୁଏ ଆଣ୍ଠୁଏ ପାଣି କୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବାଲୁଗାଁ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପାଚେରି କୁ ଖୋଳି ପାଣି ନିଷ୍କାସନ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରୋଡ ଉପରେ ଜମିଥିବା ପଚାଷଢା ପାଣି ବିଦ୍ୟାଳୟକୁ ପସିଲେ ବିଦ୍ୟାଳୟରେ ଥିବା ପିଲାମାନଙ୍କ ସହ ଶିକ୍ଷକ ମାନେ ବିଭିନ୍ନ ରୋଗର ଶିକାର ହେବେ। ସେ ସବୁ ଜିନିଷକୁ ଖାତରି ନ କରି କର୍ମୀମାନେ ବିଧାୟକଙ୍କ ପାଇଁ ରୋଡ କୁ ଚିକ୍କଣ କଣ କରିଦେଲେ। ଯାହା ହେଉ ସେଇ କେତେ ସମୟ ବିଧାୟକଙ୍କ ପାଇଁ ବୋଲି ସାଧାରଣ ଲୋକ ରୋଡ ଉପରେ ଜମିଥିବ ପାଣିର କଷ୍ଟ ରୁ ମୁକ୍ତି ପାଇଥିଲେ। ଆଉ ବିଧାୟକ ମହୋଦୟଙ୍କୁ ସହି ସମୟରେ ଧନ୍ୟବାଦ୍ ରେ ପୋତିଦଉଥିଲେ , ହେଲେ ବର୍ତ୍ତମାନ ରାସ୍ତାର ଅବସ୍ଥା ଦେଖି ଯାହା ଆସୁଛି ଲୋକ ମାନଙ୍କ ମନରେ ଆପଣ ଭାବି ପାରୁଥିବେ।