କଟକ:ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆଜି ଠାରୁ ଅରମ୍ଭ ହୋଇଯାଇଛି ପ୍ଲଟ ନିଲାମ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଏଥି ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀ ମାନଙ୍କୁ ନେଇ ୧୦ଟି ଟିମ ଗଠନ କରାଯାଇଛି । ତେବେ ପ୍ଲଟ ନିଲାମ ପ୍ରକ୍ରିୟା ୧୦ଟଇ ସ୍ଥାନରେ ଚାଲିଥିବାକୁହାଯାଉଛି । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସଠାରେ ତିନୋଟି ଟିମ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଦୁଇଟି ଟିମ। ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ଟି ପ୍ଲଟ ପାଇଁ କରିଛନ୍ତି ପଞ୍ଜିକରଣ। ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ ଜିଲ୍ଲା ପ୍ରଶାସନ।