(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରାଜ୍ୟର ଗରିବ ଜିଲ୍ଲାଗୁଡିକ ମଧ୍ୟରେ ବଲାଙ୍ଗୀର ଓ ଝାରସୁଗୁଡାର ନାମ ରହିଥିବା ବେଳେ ଏଠାରୁ ନାମାଙ୍କନ ଦାଖଲ କରିଥିବା ବିଭିନ୍ନ ଦଳର ପ୍ରାର୍ଥୀ କିନ୍ତୁ କୋଟି କୋଟି ଟଙ୍କାର ମାଲିକ । ସେମାନଙ୍କ ମଧ୍ୟରେ ରହିଛନ୍ତି ପାଟଣାଗଡରୁ ବିଜେପି ଟିକେଟରେ ଲଢୁଥିବା କେଭି ସିଂହ ଦେଓ, ଝାରସୁଗୁଡାରୁ ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସ, ବଲାଙ୍ଗୀର ଲୋକସଭାୁ ବିଜେପି ପ୍ରାର୍ôଥନୀ ସଂଗୀତା ସିଂହଦେଓ, ବଲାଙ୍ଗୀର ବିଜେଡି ଲୋକସଭା ପ୍ରାର୍ଥୀ କଳିକେଶ ସିଂହ ଦେଓ, ବ୍ରଜରାଜନଗର ବିଜେପି ବିଧାୟିକ ପ୍ରାର୍ôଥନୀ ରାଧାରାଣୀ ପଣ୍ଡା, ବଲାଙ୍ଗୀର କଂଗ୍ରେସ ଲୋକସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।
କେଭିଙ୍କ ସତ୍ୟପାଠ ଅନୁଯାୟୀ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୭ କୋଟି, ୯୫ ଲକ୍ଷ, ୯ ହଜାର, ୮୪୯ ଟଙ୍କା । ସେଥିରୁ ବ୍ୟାଙ୍କ ବାଲାନ୍ସ, ପ୍ରତିଭୂତି ଅଂଶଧନ, ଯାନବାହନ ଓ ଗହଣା ୧ କୋଟି ୩୫ ଲକ୍ଷ ୪୩ ହଜାର ୮୭୫ ଟଙ୍କା ଓ କ୍ୟାସ ୭୬ ଟଙ୍କା ରହିଛି ।
ସେହିପରି ନବଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୩ କୋଟି, ୬୨ ଲକ୍ଷ, ୩୩ ହଜାର, ୭୦୭ ଟଙ୍କା ।
ସଂଗୀତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ରହିଛି ୩୦ କୋଟି ଟଙ୍କା, ସେଥି ମଧ୍ୟରୁ କୋଠା, ଗାଡି, ବ୍ୟବସାୟର ମୂଲ୍ୟ ୨୭ କୋଟି ୧ ଲକ୍ଷ ୨୮ ହଜାର ଟଙ୍କା ରହିଛି ।
କଳିକେଶ ସିଂହଦେଇଙ୍କ ସମ୍ପତ୍ତିର ମୂଲ୍ୟ ୧୩ କୋଟି ୯୭ ଲକ୍ଷ ୯୨ ହଜାର ୨୨୮ ଟଙ୍କା ଥିବା ବେଳେ ୨୦୧୪ରେ ଏହା ୮ କୋଟି ଟଙ୍କା ଥିଲା ।
ଋାଧାରାଣୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୨୦ ଲକ୍ଷ ୪୪ ହଜାର ୧୭୬ ଟଙ୍କା ରହିଛି ।
ସମରେନ୍ଦ୍ରଙ୍କ ସମ୍ପତ୍ତି ମଲ୍ୟ ୧ କୋଟି ୫୯ ଲକ୍ଷ ୮୫ ହଜାର ୨୭୭ ଟଙ୍କା ରହିଛି ।