କୋଟା ରୁ ୪୮ଜଣ ଛାତ୍ରଛାତ୍ରୀ ୨ଟି ବସ ରେ ଫେରିଲେ ନିଜ ଭିଟାମାଟି

(ବଲାଙ୍ଗୀର/ ମଧୂସୁଦନ ବହିଦାର): ଗତ ରାତି ପ୍ରାୟ ୨ଟା ୪୫ମିନିଟରେ ବଲାଙ୍ଗୀର ଅଞ୍ଚଳର ସମୁଦାୟ ୪୮ଜଣ ଛାତ୍ରଛାତ୍ରୀ କୋଟାରୁ ବଲାଙ୍ଗୀର କୁ ୨ଟି ବସ ଯୋଗେ ଫେରିଛନ୍ତି । ଉକ୍ତ ଛାତ୍ର ଛାତ୍ରୀ ମେଡିକାଲ ଓ ଇଜିନିୟରିଂ ଚାକିରୀ ପାଇଁ ପ୍ରସ୍ତୁତି ତଥା କୋଚିଂ ପାଇଁ ରହୁଥିଲେ । ବର୍ତ୍ତମାନ ସେମାନଙ୍କୁ ଆଣି ବଲାଙ୍ଗୀର ସ୍ଥିତ ଲାଲଟିକ୍ରା ଠାରେ ଥିବା ନେତ୍ରନିକେତନ ରେ ୨୧ ଜଣ ଝିଅ ମାନକୁ ଓ ସୁଦପଡା ଠାରେ ଥିବା କଲ୍ୟାଣ ମଣ୍ଡପ ରେ ୧୭ଜଣ ପୁଅ ମାନଙ୍କୁ ରଖା ଯାଇଛି । ସେମାନେ ୧୪ଦିନ ପର୍ୟ୍ୟନ୍ତ ଉକ୍ତ ସ୍ଥାନରେ ସଙ୍ଗରୋଧ ଭାବରେ ରହି ସେମାନେ ଅନ୍ୟ ରାଜ୍ୟରୁ ଆସିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସଙ୍ଗେ ସଙ୍ଗେ ସ୍ୱାୱ ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣା ପଡ଼ିଛି । ଏବଂ ଉକ୍ତ କ୍ଵାରେଣ୍ଟଟାଇନ ସେଣ୍ଟର ଦାଇତ୍ଵ ରେ ବଲାଙ୍ଗୀର ତହସିଲଦାର ଲଲାଟ ଲୁହାର ଓ ପୁଇଁତଲା ତହସିଲଦାର ରୋହିତ ଭୋଇ ରହିଥିବା ଜଣାପଡିଛି ।