ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି । ଆଡପ ମଣ୍ଡପକୁ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ଚିଠି ଲେଖି ଉଦବେଗ ପ୍ରକାଣ କରିଛନ୍ତି ବିଜେଡି ସୁପ୍ରିମୋ । ଏତେ ବଡ଼ ଅଘଟଣକୁ କିଛି ମନ୍ତ୍ରୀ ଯେମିତି ହାଲୁକା ଭାବେ ନେଇ ମନ୍ତବ୍ୟ ଦେଇଥିଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଥିବା କହିଛନ୍ତି ନବୀନ ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି, ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିପାରିନାହିଁ । ଆପଣ (ମୁଖ୍ୟମନ୍ତ୍ରୀ) ନିଜେ ଦାଯିତ୍ଵ ନିଅନ୍ତୁ । ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ଯେମିତି ନହେବ । ଦୃଷ୍ଚାନ୍ତମୂଳକ ପଦକ୍ଷେପ ନେଇ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆପଣ ଆଶ୍ଵସ୍ତ କରିବେ ବୋଲି ଆଶା ରହିଥିବା ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।