ଭୁବନେଶ୍ଵର: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍ କୋ’କୁ ଟାର୍ଗେଟ୍ କରିଛନ୍ତି । କାହିଁକି ବିଜେଡି ହାରିଲା ତାହା କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ଟାର୍ଗେଟ କରିଥିବା ବେଳେ ଆଜି ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ବିଜେଡି ହାରିବାର କାରଣ ନବୀନ ପ୍ରଚାରକୁ ଗଲେ ନାହିଁ । ଏହି କାରଣ ପାଇଁ ଆମ ଦଳ ହାରିଲା ।

ଲୋକେ ନବୀନଙ୍କୁ ଖୋଜିଲେ, ତାଙ୍କୁ ପାଇଲେ ନାହିଁ । ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ । ଏଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବଦ୍ରି ପାତ୍ର । ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ, ଲୋକେ ଅସନ୍ତୁଷ୍ଟ ହେଲେ । ନବୀନ ନାହାନ୍ତି ତ ଭୋଟ ନାହିଁ ବୋଲି ଲୋକେ ଦଳକୁ ଜଣାଇଦେଲେ । ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ, ପରାଜୟ ପାଇଁ ସେମାନେ ଦାୟୀ । ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ ବୋଲି କହି ବଦ୍ରି ପାତ୍ର ଟାର୍ଗେଟ କରିଛନ୍ତି ।