ସୂର୍ଯ୍ୟ ମନ୍ଦିର ପରିସରରେ ଆଜାଦି କା ଅମୃତ ମହୋତ୍ସବ

ଗୋପ(ଜୟନ୍ତ କୁମାର ସେଠୀ): ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀର ନେହେରୁ ଯୁବ କେନ୍ଦ୍ର ତରଫରୁ ଆୟୋଜନ କରାଯାଇଥିବା ବେଳେ ସମସ୍ତେ ଫିଟ ଓ ସୁସ୍ଥ ରହିବା ପାଇଁ ଏକ ଆହ୍ୱାନ ଦିଆଯାଇଥିଲା । ଏହାପରେ ଏ ନେଇ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଉଦଘାଟନ କରିଥିଲେ । ତାଙ୍କ ବ୍ୟତୀତ ନେହେରୁ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ନବୀନ ନାୟକ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀଙ୍କ ସହ କୋଣାର୍କର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ ସୂର୍ଯ୍ୟ ପୂଜା କରିବା ପରେ ଗଣ ଦୌଡ଼ ବାହାରି କୋଣାର୍କ ବଜାର ବୁଲି ଲୋକମାନଙ୍କୁ ସଚେତନତା କରାଇଥିଲା । ପରିବେଶ ସୁରକ୍ଷା କରିବା ସହ କୋଭିଡର ତୃତୀୟ ଲହରୀରୁ ନିଜକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରିବାକୁ ସଚେତନା କରିଥିଲେ । ଏହାପରେ କୋଣାର୍କର ଗର୍ବ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତଙ୍କୁ ସମ୍ମାନିତ କରିବା ସହ ନେହେରୁ ଯୁବ କେନ୍ଦ୍ର ଓ ଅନ୍ୟାନ୍ୟ ସେଚ୍ଛାସେବୀଙ୍କୁ ସମ୍ନାନିତ କରାଯାଇଥିଲା ।