ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବେତାଗୁଡା ନିକଟସ୍ଥ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ସାଇବର ଅପରାଧ ରୋକିବା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି ସଚେତନତା କର୍ମଶାଳା ରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଏସ ପି ସ୍ବାତି ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର ଅପରାଧ ରୋକିବା ପାଇଁ ଅକ୍ଟୋବର ୨ ତାରିଖ ଠାରୁ ଏକ ସଚେତନତା ରଥ ବାହାରି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ବ୍ଳକ କାର୍ଯ୍ୟାଳୟ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଇବ।୨ ଅକ୍ଟୋବର ଠାରୁ ୧୪ ଅକ୍ଟୋବର ପର୍ୟ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ଏହି ଅବସରରେ ସାଇବର ଠକାମିର ସ୍ୱୀକାର ଯେପରି କେହି ନ ହୁଅନ୍ତି ସେ ନେଇ ଏକ ସଚେତନତା ଜନିତ ପ୍ରଚାର ପତ୍ର କୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଏସ ପି ସ୍ବାତି ଏସ କୁମାର ଉନ୍ମୋଚନ କରିଥିଲେ।ଏହି କାର୍ଯ୍ୟକ୍ରମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ମହାନ୍ତି ଡି ଏସ ପି ରାଜ୍ କିଶୋର ଦାସ,ଡି.ଏସ. ପି.ହେଚ.ଆର.ପି.ସି କୈଳାସ ଚନ୍ଦ୍ର ବୁରୁଡା, ଆର ଆଇ ନିରଞ୍ଜନ ନାୟକ, ଏସ ଡି ପି ଓ ପାରଳାଖେମୁଣ୍ଡି ଙ୍କ ସମେତ ପାରଳାଖେମୁଣ୍ଡି ଥାନାର ବହୁ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ୧୫ ତାରିଖରେ ଏହି ସଚେତନ ତ। କାର୍ଯ୍ୟକ୍ରମ ର ପରିସମାପ୍ତ ହେବ ।