ପୁରୀ ବେଳାଭୂମିରେ ‘ୱାର୍ଲ୍ଡ ଟଏଲେଟ୍ ଡେ’ ର ସଚେତନତା ବାର୍ତ୍ତା

ଗୋପ(ଜୟନ୍ତ କୁମାର ସେଠୀ ):- ୧୯ ନଭେମ୍ବରକୁ ୱାର୍ଲ୍ଡ ଟଏଲେଟ୍ ଡେ ଭାବେ ପାଳନ କରାଯାଏ। ବିଶେଷ କରି ଖୋଲାରେ ଶୌଚ ନ ହୋଇ ପାଇଖାନା ବ୍ୟବହାର କରିବା ନେଇ ଲୋକ ଙ୍କ ମଧ୍ୟ ରେ ସଚେତନତା, ପରିଷ୍କାର ପରିଛନ୍ନତା ବଜାୟ ରଖିବା ବାର୍ତା ସମାଜକୁ ଦେବା ପାଇଁ ଏହି ୱାର୍ଲ୍ଡ ଟଏଲେଟ୍ ଦିବସ ର ମୂଖ୍ୟ ଉଦେଶ୍ୟ।

ତେବେ ଏହି ଦିବସ ର ବାର୍ତା ଲୋକ ଙ୍କ ଠାରେ ପହଞ୍ଚେଇବାକୁ ପ୍ରତିବର୍ଷ ନଭେମ୍ବର ୧୯ ତାରିଖ ରେ ୱାର୍ଲ୍ଡ ଟଏଲେଟ୍ ଦିବସ ପାଳନ କରାଯାଉଛି। ଏହି ଅବସର ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭମିରେ ଏହି ଟଏଲେଟ୍ ପ୍ରସଙ୍ଗ କୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି।