ସାଇବର ଠକଙ୍କ ବ୍ଲାକ୍‌ମେଲ୍‌ର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ : ନିଜ ପେଟରେ ୫୦ରୁ ଅଧିକ ଥର ଛୁରି ଭୁସି ଗୁରୁତର

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା। ସାଇବର ଠକଙ୍କ ବ୍ଲାକ୍‌ମେଲ୍‌ର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ । ନିଜ ପେଟରେ ୫୦ରୁ ଅଧିକ ଥର ଛୁରି ଭୁସି ଗୁରୁତର ଆହତ ହୋଇଛନ୍ତି | ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି, ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନାନୁଯାୟୀ, ନୂଆପଲ୍ଲୀ ଥାନା ଏନ୍-୧ରେ ୨ ପିଲା ଓ ପତ୍ନୀଙ୍କ ସହ ଭଡ଼ା ଘରେ ରହୁଛନ୍ତ ଦଣ୍ଡଧର ବାରିକ । ୨ଦିନ ତଳେ ସେ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ ଚାଟିଂ କରିଥିଲେ। ଏକ ଅଜଣା ନମ୍ବରରୁ ତାଙ୍କୁ ଭିଡିଓ କଲ୍ ଆସିଥିଲା। ଉକ୍ତ କଲକୁ ଉଠାଇଥିଲେ ଦଣ୍ଡ । ହ୍ଵାଟ୍ସଆପ ଭିଡିଓ କଲରେ ଥିଲେ ଜଣେ ଯୁବତୀ (ସାଇବର ଠକ) । ସେ ଯୁବତୀ ଜଣଙ୍କ ବିବସ୍ତ ହୋଇ ଦଣ୍ଡଙ୍କ ସହ କଥାହେଲେ ପୁଲିସ୍ ସହଯୋଗ କରିବା ବଦଳରେ ତାଙ୍କୁ ପରିହାସ କରିଥିଲ | ଏପଟେ ଟଙ୍କା ପାଇଁ ଯୁବତୀ ଜଣଙ୍କ ବ୍ଲାକ୍‌ମେଲିଂ କରୁଥିଲେ। କିଛି ଉପାୟ ନ ପାଇ ଦଣ୍ଡ ଆତ୍ମହତ୍ୟା କରିବାକୁ ନିଷ୍ପରି ନେଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ଦଣ୍ଡ ଏକ କଇଁଚିରେ ନିଜ ପେଟକୁ ଭୁସି ଚାଲିଥିଲେ ରକ୍ତାକ୍ତ ହେଲା ପରେ ଚେତା ହରାଇ ଘରେ ପଡ଼ିଥିଲେ ଏହା ଦେଖି ପରିବାର ପ୍ରଥମେ କ୍ୟାପିଟାଲ୍ ଓ ପରେ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭରି କରିଥିଲେ ସେଠାରେ ଆଜି ତାଙ୍କର ଆସ୍ରୋପଚାର ହୋଇଥିଲା।

ତଥାପି ତାଙ୍କ ସ୍ଥିତି ସାଙ୍ଘାତିକ ରହିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ୍ କହିଛି, ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ଏମିତି କିଛି ଘଟିଥିବା ଖବର ଆସିଛି। ପ୍ରକୃତରେ ନ୍ୟୁଡ୍ କଲ୍ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କି ଏହାପରେ ସେ ଭୁବନେଶର ସାଇବର ଥାନାକ ଆଉ କିଛି କାରଣ ରହିଛି ସେ ନେଇ ବଦନ ଚାଲିଛି। ନୂଆପଲ୍ଲୀ ଥାନା ଏନ୍-୧ରେ ୨ ପିଲା ଓ ପତ୍ନୀଙ୍କ ସହ ଭଡ଼ା ଘରେ ରହୁଛନ୍ତି କୁମାର ଦଣ୍ଡ । ୨ଦିନ ତଳେ ସେ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ ଚାଟିଂ କରିଥିଲେ। ଏକ ଅଜଣା ନମ୍ବରରୁ ତାଙ୍କୁ ଭିଡିଓ କଲ୍ ଆସିଥିଲା। ଉକ୍ତ କଲ୍‌ କୁ ଉଠାଇଥିଲେ ଦଣ୍ଡ । ହ୍ଵାଟ୍ସଆପ ଭିଡିଓ କଲରେ ଥିଲେ ଜଣେ ଯୁବତୀ ( ସାଇବର ଠକ) । ସେ ଯୁବତୀ ଜଣଙ୍କ ବିବସ୍ତ ହୋଇ ଦଣ୍ଡଙ୍କ ସହ କଥା ହେବାକୁ ଚାହିଁଥିଲେ।

ଦଣ୍ଡଙ୍କର ବାରଣ ପରେ ମଧ୍ୟ ଯୁବତୀ ଜଣଙ୍କ କଥା ହୋଇଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ସ୍କ୍ରିନ୍ ରେକର୍ଡିଂ କରିଥିଲେ। ତା’ପରେ ଦଣ୍ଡଙ୍କୁ ଫୋନ୍ କରି କହିଥିଲେ, ଟଙ୍କା ନ ଦେଲେ ତାଙ୍କ ଅଶ୍ଳୀଳ ଭିଡିଓ ଚାଟିଂ ଫେସ୍‌ବୁକ୍‌ରେ ଅପଲୋଡ କରିଦେବେ। ଏହାପରେ ଦଣ୍ଡ କ’ଣ କରିବେ କିଛି ଜାଣିପାରି ନ ଥିଲେ l ଶେଷରେ ସେ ଏକ କଇଁଚି ଦ୍ୱାରା ନିଜ ପେଟକୁ ପଚାଶରୁ ଅଧିକ ଥର ଭୁଷି ଥିଲେ l ଫଳରେ ପ୍ରଚୁର ରକ୍ତ ସ୍ରାବ ହଵା କାରଣରୁ ଅଚେତ ହୋଇ ଘରେ ପଡି ଯାଇଥିଲେ l ଏହାକୁ ପରିବାର ଲୋକ ଦେଖିବା କ୍ଷଣି ତାଙ୍କୁ ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ l ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l