ଚିଲିକା(ଦିବ୍ୟକାନ୍ତ ବେହେରା) : ଆଜି ୩୦ରୁ ଅଧିକ ହୋଟେଲ ଓ ଢାବା ଉପରେ ଖାଦ୍ୟ ସୁରକ୍ଷାର ଚଢାଉ ଜାରି ରହିଛି । ବାଲୁଗାଁ ଓ ବାଣପୁର ଅଞ୍ଚଳରେ ୩୦ରୁ ଅଧିକ ଢାବାରେ ଏହି ଚଢାଉ କରାଯାଇଛି । ଖାଦ୍ୟର ଗୁଣାତ୍ମକ ମାନ ଓ ନିମ୍ନ ମାନର ହୋଇଥିବାରୁ ଖାଦ୍ୟ ସୁରକ୍ଷା ବିଭାଗ ଏହି ଚଢାଉ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୯୫୦୦ ଟଙ୍କାରୁ ଅଧିକ ଟଙ୍କା ଫାଇନ ଆଦାୟ କରାଯାଇଛି । ତେବେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଚଢାଉ ଜାରି ରଖିଛି ଖାଦ୍ୟ ସୁରକ୍ଷା ବିଭାଗ ।