ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ନାକଡିହ ଗ୍ରାମର କାଳନ୍ଦୀ ଜେନାଙ୍କ ପରିବାର ସହିତ ପଡ଼ୋଶୀ ମଧ୍ୟରେ ପୂର୍ବ ଶତୃତା ରହିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ର କରି ଆଜି ପଡ଼ୋଶୀ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଧରି ମାରଣାସ୍ତ୍ରରେ ଶିକ୍ଷକଙ୍କ ପତ୍ନୀ ନୟନା ଖଟୁଆଙ୍କୁ ଅଶ୍ଳୀଳ ଭାଷା କହିବା ସହିତ ସମ୍ବେଦନଶୀଳ ଅଙ୍ଗକୁ ଆଘାତ କରିଥିଲେ । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପ୍ରଥମ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆକ୍ରମଣ କାରିମାନେ ଘର ଆସବାବପତ୍ର ଫିଙ୍ଗା ଫୋପଡା କରିବା ସହିତ ସ୍ୱାମୀ କାଳନ୍ଦୀ ଜେନାଙ୍କୁ ମାଡ ମାରିବା ସହ ଟଙ୍କା ସୁନା ଗହଣା ଲୁଟି ନେଇଥିବା ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି।