ଦାଦାବଟିକୁ ବିରୋଧ କରିବାରୁ ଆକ୍ରମଣ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢୁଛି ବିଭିନ୍ନ ପ୍ରକାରର ଅପରାଧିକ ମାମଲା। ଆଜି ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ହୀରାକୁଦ ଅଞ୍ଚଳରେ। କୋଇଲା ଗାଡିରୁ ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଗାର୍ଡ।
ସୂଚନା ଅନୁଯାୟୀ, ହିଣ୍ଡାଲକୋ କୋଲଗେଟରେ ୬ ଜଣ ଲୋକ ଆସି କୋଇଲା ଗାଡିରୁ ଦାଦାବଟି ମାଗୁଥିଲେ। ଏହି ଦେଖି ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଅମିତ ବାର୍ଲା ତାଙ୍କୁ ବିରୋଧ କରିଥିଲେ। ଫଳରେ ସେହି ଅସାମାଜିକ ବ୍ୟକ୍ତିମାନଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅମିତ। ବିଭିନ୍ନ ମାରଣାସ୍ତ୍ରରେ ଅମିତଙ୍କୁ ମରଣାନ୍ତକ ଆକ୍ରମଣ କରି ଥିଲେ ସେମାନେ। ଏଥିସହିତ ତାଙ୍କୁ ଅନେକ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେପଟେ ହୀରାକୁଦ ପୋଲିସ ଏହି ଘଟଣାକୁ ହାଲୁକା ଭାବେ ନେଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାଯାଇଛି।