ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ନିମାପଡ଼ା ସବଡିଭିଜନର ସହକାରୀ ଆରଡି ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।ଭୁବନେଶ୍ବରସ୍ଥିତ ବାସଭବନ, ଢେଙ୍କାନାଳରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।

ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏଥିସହିତ ପୈତୃକ ଗାଁ ଢେଙ୍କାନାଳର ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି। ଭିଜିଲାନ୍ସର ୫ଟି ଟିମ ଏକକାଳୀନ ୭ଟି ଜାଗାରେ ଚଢ଼ାଉ କରୁଛି। ଚଢ଼ାଉରେ ୫ ଡିଏସପିଙ୍କ ସହ ୧୨ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।