ବିଧାନସଭା ପ୍ରଶ୍ନ କାଳରେ ମୁହାଁମୁହିଁ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ

ଭୁବନେଶ୍ୱର : ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନ କାଳରେ ମୁହାଁମୁହିଁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ ମିଶ୍ର କହିଥିଲେ ଓଡିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗଚାଷ ବେଆଇନ । ଯିଏ ଭାଗଚାଷ କରିବ ଆଉ ଯିଏ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇଯିବେ । ତେବେ ମନ୍ତ୍ରୀ କେମିତି କହିଲେ ଭଦ୍ରକ ଜିଲ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା । ସେହିପରି ସରକାର ଅଧିକ ଫସଲ ଅମଳ କରୁଥିବା କହୁଛନ୍ତି କିନ୍ତୁ ଅଣ ଜଳ ସେଚିତ ଜମିରୁ 13 କୁଇଣ୍ଟାଲ ଓ ଜଳ ସେଚିତ ଜମିରୁ 19 କୁଇଣ୍ଟାଲ ଧାନ କିଣୁଛନ୍ତି । ତେବେ ବଳକା ଧାନ କିଣିବ କିଏ ?

ସେପଟେ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ । କହିଥିଲେ ମନ୍ତ୍ରୀ ମୋ ପ୍ରଶ୍ନ ଉତ୍ତର ନ ରଖି ଗୋଳାଉଛନ୍ତି। କିଛି ସମୟ ପାଇଁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ ହୋଇଥିଲେ । ପରେ ବାଚସ୍ପତି ନରସିଂହ ଙ୍କୁ କହିଥିଲେ ମନ୍ତ୍ରୀ ପରବର୍ତ୍ତୀ ସମୟରେ ଆପଣଙ୍କୁ ତଥ୍ୟ ଯୋଗାଇ ଦେବେ । ଏହା ପରେ ଉଭୟ ନିଜ ଆସନ ରେ ବସିଥିଲେ ।