ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏ ଏସ ଆଇ

ଗୋପ(ଜୟନ୍ତ କୁମାର ସେଠୀ): ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଗୋପ ଥାନାର ଏ ଏସଆଇ ରାଧାଶ୍ୟାମ ନାୟକ । ଗୋପ ଥାନା ଅଧୀନ ସୁବର୍ଣ୍ଣପୁର ଗ୍ରାମର ଏକ ଜମିବାଡ଼ି ଘଟଣାରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଳାନ୍ସ ହାତରେ ଧରା ପଡିଛନ୍ତି ରାଧାଶ୍ୟାମ । ଏ ନେଇ ସୁଚନା ଦେଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ଶିଶିର କୁମାର ଭୋଇ ।
ସୂଚନା ଅନୁସାରେ ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ମନୋରଞ୍ଜନ ବେହେରା ଏକ ଜମି ଜମା ସମସ୍ୟାକୁ ନେଇ ଗୋପ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଥାନା ଅଧିକାରୀ ମାମଲା ରୁଜୁ କରିବା ପାଇଁ ତାଙ୍କୁ ୨ ହଜାର ଲାଞ୍ଚ ମାଗିଥିଲେ । ପରେ ଏ ନେଇ ପୁରୀ ଓ ଭୁବେନେଶ୍ୱର ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ ମନୋରଞ୍ଜନ । ତେବେ ଭିଜିଲାନ୍ସ ଡିଏସପି ଶିଶିର ଭୋଇଙ୍କ ନେତୃତ୍ୱରେ ତିନିଜଣ ଇନିସପେକ୍ଟରଙ୍କ ସହିତ ୧୪ଜଣିଆ ଟିମ ଚଢାଉ କରିଥିଲେ । ଗୋପ ଥାନା ଭିତରେ ମନୋରଞ୍ଜନଙ୍କ ଠାରୁ ଲାଞ୍ଚ ନେବାବେଳେ ଏ ଏସ ଆଇ ନାୟକଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଗିରଫ ପରେ ପଚରା ଉଚରା ପାଇଁ ଅଭିଯୁକ୍ତଙ୍କୁ ପୁରୀ ଭିଜିଲାନ୍ସ କାର୍ୟ୍ୟାଳୟକୁ ନିଆଯାଇଥିବା ଜଣା ପଡିଛି ।