ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାର ଗିରଫ। ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ କ୍ରମେ ଆଜି ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ସ୍ୱାତୀ ମାଲିୱାଲ ତାଙ୍କ ବିରଦ୍ଧରେ ଅସଦାଚରଣ ଅଭିଯୋଗ ଆଣିବାର ଦୁଇ ଦିନ ପରେ କାରର୍ଯ୍ୟନୁଷ୍ଠାନ ନେଇଛି ପୁଲିସ।
ସୂଚନା ଅନୁଯାୟୀ, ସ୍ୱାତୀ ମାଲିୱାଲ ବିଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ମାଡ଼ ମାରିବାର ଅଭୋଯଗ ଆଣିଥିଲେ। ସେ ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ସମୟରେ ବିଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ତାଙ୍କ ଛାତି ଓ ପେଟକୁ ଗୋଇଠା ମାରିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ମାଲିୱାଲଙ୍କ ଡାକ୍ତରୀ ପରକ୍ଷା କରାଇଥିଲା। ପରୀକ୍ଷାରେ ତାଙ୍କ ଶରୀରରେ ମାଡ଼ ଦାଗ, ମୁହଁରେ ଆଭ୍ୟନ୍ତରୀଣ ଆଘାତ ଏବଂ ଗୋଡରେ ମଧ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ଆଜି ବିଭବ କୁମାରଙ୍କୁ ଗିରଫ କରିଛି।ଅନ୍ୟପଟେ ବିଭବ କୁମାର କାଉଁଟର ଅଭିଯୋଗ ଆଣି ସିଭିଲ ଲାଇନ ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ସ୍ୱାତି ମାଲିୱାଲ ବଳପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଆପ ମୁଖ୍ୟଙ୍କୁ କ୍ଷତି ପହଂଚାଇବା ଉଦ୍ଦେଶ୍ୟରେ ମାଲିୱାଲ ଯାଉଥିବା ଜାଣିବା ସେ ବାଧା ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ବିଭବ କୁମାର ।