(ମନୋଜ ସାହୁ): ରାୟଗଡ଼ା ଗତ ନଭେମ୍ବର ୨୦ ତାରିଖ ଦିନ ରାୟଗଡ଼ା ସହରର ମୁଖ୍ୟ ବଜାରରେ ଥିବା ରେକୋମେଣ୍ଡ କପଡା ଦୋକାନର ମାଲିକ ମୋହିତ ଆଶରାନୀକୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାରେ ରାୟଗଡ଼ା ପୋଲିସ ଅନ୍ୟ ଏକ ଅଭିଯୁକ୍ତ ମାନସିଂକୁ ଦିଲ୍ଲୀରୁ ଗିରଫ କରିଛି । ପୋଲିସ କହିବା ଅନୁଯାୟୀ ମୋହିତ ଙ୍କ ସମ୍ପର୍କିଆ ଜଣେ ମହିଳାଙ୍କ ସହ ଦିଲ୍ଲୀର ପ୍ରଭାତ ରାଣା ଏକ ତରଫା ସୋସିଆଲ ମିଡିଆରେ ସମ୍ପର୍କ ରଖୁଥିଲେ । ମୋହିତ ଘଟଣା ଜାଣିବା ପରେ ପ୍ରଭାତ ରାଣାକୁ ଏଥିରୁ ନିବୃତ ରହିବା ପାଇଁ ତାଗିଦ କରିଥିଲେ । ପ୍ରଭାତ ଏହି ଘଟଣାରେ ଉତଖିପ୍ତ ହୋଇ ପ୍ରତିଶୋଧ ନେବାକୁ ଦିଲ୍ଲୀରୁ ରାୟଗଡ଼ା ଆସି ମୋହିତର ଦୋକାନ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣାର ତଦନ୍ତ କରି ପୂର୍ବରୁ ରାୟଗଡ଼ା ପୋଲିସ ପ୍ରଭାତ ରାଣାକୁ ବିଶାଖାପାଟଣାରୁ ଗିରଫ କରିଥିଲେ । ଅପରପକ୍ଷରେ ଏହି ଅଭିଯୁକ୍ତ ଦିଲ୍ଲୀର ଭବାନୀଆ ଗ୍ୟାଙ୍ଗର ସଦସ୍ୟ ହୋଇଥିବା ବେଳେ ଏମାନଙ୍କ ନାମରେ ସେଠାରେ ୩୦ ରୁ ଅଧିକା ଅପରାଧିକ ମାମଲା ଥିବା ରାୟଗଡ଼ା ଏସଡିପିଓ ସୂଚନା ଦେଇଛନ୍ତି ।