ନୂଆଦିଲ୍ଲୀ:ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର । ଆତଙ୍କବାଦୀ ଆସିଫ୍ ଶେଖ୍ ଓ ଆଦିଲ ଗୁରି ର ଘରକୁ ଆଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଜମ୍ମୁକାଶ୍ମୀରର ତ୍ରାଲ ଓ ବିଜ୍ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା । ଦକ୍ଷିଣ କାଶ୍ମୀରର ଗୁରିର ଏକ ଗାଁରେ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଘର ଉପରେ ବୋମା ମାଡ଼ କରିଥିଲେ। ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଘରେ କିଛି ସନ୍ଦିଗ୍ଧ ଜିନିଷ ଦେଖିଥିଲେ। ବିପଦ ଅନୁଭବ କରି, ସୁରକ୍ଷା ବଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଛକୁ ହଟିଗଲେ। ତଥାପି, ପଛକୁ ହଟିବାର କିଛି ସମୟ ପରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘରଟିର ବ୍ୟାପକ କ୍ଷତି କରିଥିଲା। କୁହାଯାଉଛି ଯେ ଏହି ଘରଟି ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଆଦିଲର ଥିଲା।
ଅନ୍ୟପକ୍ଷରେ, ଦକ୍ଷିଣ କାଶ୍ମୀରର ତ୍ରାଲରେ ଲସ୍କର ଆତଙ୍କବାଦୀ ଆସିଫ୍ ଶେଖର ଘର ଭାଙ୍ଗି ଦିଆଯାଇଛି। ଜମ୍ମୁ ଓ କାଶ୍ମୀର ପ୍ରଶାସନ ବୁଲଡୋଜର ବ୍ୟବହାର କରି ଘରଟିକୁ ଭାଙ୍ଗି ଦେଇଛି। ଦେତେ ଦୁହେଁ ପହଲଗାମ ଆତଙ୍କୀ ହମଲା ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏମାନେ ସାହାଯ୍ୟ କରି ପହଲଗାମ ବୈସରନରେ ବଡ ଆକ୍ରମଣ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ଥିବାରୁ ସେମାନଙ୍କ ଉପରେ ଆକ୍ସନ ହୋଉଛି।