ଭୁବନେଶ୍ୱର : ଅର୍ଚନା ନାଗ ମାମଲା, ଇଡ଼ିରେ ହଜାର ହେଲେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜା । ପୂର୍ବରୁ ଅର୍ଚ୍ଚନା ନାଗ କୁଆଡେ ଶ୍ରଦ୍ଧାଞ୍ଜଳିକୁ ବାଧ୍ୟ କରି ନେତା ମନ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଆଉ ତାଙ୍କୁ ବ୍ଲାକମେଲ କରୁଥିଲା । ଯାହାକୁ ନେଇ ଅର୍ଚ୍ଚନା ନାଁରେ ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଏପରିକି ଅର୍ଚ୍ଚନା ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳିକୁ ପଠାଇଥିଲେ । ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ଉଠାଇବାକୁ କହିଥିଲେ । ପରେ ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଥିଲା ।
ଏପରିକି ଶ୍ରଦ୍ଧାଞ୍ଜଳିଙ୍କ ଜରିଆରେ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ତେବେ ଆଜି ସକାଳେ ପ୍ରଥମେ ଇଡିରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି । ଆଉ ପରେ ପୁଣି ହାଜର ହୋଇଛନ୍ତି ଅକ୍ଷୟ ପରିଜା । ତେବେ ଉଭୟ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ।
ମୁହାଁମୁହିଁ ଜେରା ହେଲେ ଅନେକ ଗୁମର ସାମ୍ନାକୁ ବି ଆସିବ । ଆଉ ନାଗ ପେଡିର ସବୁ ସତ ପଦାରେ ପଡିବ । ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୋଲିସ । ସେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା ।