ନୂଆଦିଲ୍ଲୀ: ଆଜି ୪୩ ବର୍ଷ ବୟସରେ ପାଦଥାପିଲେ ସାଉଥସୁପରଷ୍ଟାର ପ୍ରଭାସ । ଦେଶ ବିଦେଶରୁ ଛୁଟୁଛି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ। ପ୍ରଭାସ ୨୩ ଅକ୍ଟୋବର ୧୯୭୯ ମହିହାରେ ଜନ୍ମ ଗହଣ କରିଥିଲେ ।ଏସଏସ ରାଜାମୋଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ବାହୁବଳୀ ସିନେମାରେ ଅଭିନୟ କରି ବହୁ ପ୍ରତିଷ୍ଠା ଅର୍ଜନ କରିଛନ୍ତି ପ୍ରଭାସ । ତେବେ ପ୍ରଭାସଙ୍କ ଜନ୍ମଦିନକୁ ପ୍ରଶଂସକମାନେ ବାହୁବଳୀର ଜନ୍ମଦିନ ଭାବେ ପାଳନ କରୁଛନ୍ତି । ପ୍ରଂଶସକଙ୍କ କହିବା ଅନୂଯାୟୀ ଆଜି ଆମ ବାହୁବଳୀର ଜନ୍ମଦିନ ।
ପ୍ରଭାସଙ୍କ ପ୍ରଂଶସକଙ୍କମାନେ ଏହି ମଉକାର ଖୁବ୍ ମଜା ନେବା ସହ ଧୁମ୍ଧାମରେ ସେଲିବ୍ରେସନ କରୁଛନ୍ତି । ଏହା ସହ ସାଉଥ୍ ଅଭିନେତ୍ରୀ ଅନୁଷ୍କା ପ୍ରଭାସଙ୍କୁ ଜନ୍ମଦିନର ଅଭିନନ୍ଦନ ଦେଛନ୍ତି । ସାଉଥ୍ ସୁନ୍ଦରୀ ଅନୁଷ୍କା ‘ମିର୍ଚି’ ଫିଲ୍ମର ପ୍ରଭାସଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ତୁମ ଲାଇଫରେ ସବୁ କିଛି ଭଲ ହେଉ । ତୁମେ ସବୁବେଳେ ସୁସ୍ଥ ଏବଂ ଖୁସିରେ ରୁହ ।
ଜାଣନ୍ତୁ ପ୍ରଭାସଙ୍କ ଅଭିନୀତ ସିନେମା:
ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ଗୁଡିକ ହେଲା ଛତ୍ରପତି ୨୦୦୫ ମସିହାରେ ପରଦାକୁ ଆସିଥିଲା । ସେ ସମୟରେ ଏହି ଫିଲ୍ମଟି ଖୁବ୍ ପ୍ରଶଂସା ସାଉଁଟିବା ସହ ବକ୍ସ ଅଫିସ୍ରେ ମଧ୍ୟ ଭଲ ଇନକମ କରିବାରେ ସଫଳ ହୋଇଥିଲା ।ଏଥିସହ ପ୍ରଭାସଙ୍କ ଅଭିନୀତ ଫିଲ୍ମ ବୁଜିଗଡୁ( ୨୦୦୮ ),ବିଲା (୨୦୦୯), ଡାର୍ଲିଂ (୨୦୧୦), ମିଷ୍ଟର ପରଫେକ୍ଟ(୨୦୧୧) ଏବଂ ମିରିଚି(୨୦୧୩)ରେ ପରଦାକୁ ଆସଥିଲା । ଏହା ପରେ ପ୍ରଭାସଙ୍କୁ ଆଉ ପଛକୁ ଫେରି ଦେଖିବାକୁ ପଡିନଥିଲା ।
ବାହୁବଳୀ ଚଳଚ୍ଚିତ୍ରରେ ଅଭିନୟ କରି ଦେଶ ବିଦେଶରେ ନାଁ କମାଇବାରେ ବେଶ୍ ସଫଳ ହୋଇଛନ୍ତି ପ୍ରଭାସ । ତେବେ ପ୍ରଭାସଙ୍କ ଅପ୍କମିଙ୍ଗ ଫିଲ୍ମ ଆଦିପୁରୁଷ ଖୁବ୍ ଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ ତାଙ୍କ ପ୍ରଂଶସକମାନେ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ପ୍ରଭାସଙ୍କ ସହ କ୍ରିତ୍ତି ସେନନଙ୍କୁ ଦେଖିବାକୁ ମିଳିବ ।