ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ପୁଣି ଆସୁଛି ବିପଦ । ପୁଣି ଥରେ ପ୍ରକୃତି ନେଉଛି ଭୟଙ୍କର ରୂପ । ସୃଷ୍ଟି କରୁଛି ଆଉ ଏକ ମହାବାତ୍ୟା । ‘ଏଲସା’ ନାମରେ ଆଉ ଏକ ମହାବାତ୍ୟା ଏବେ ତାଣ୍ଡବ ରଚିବା ପାଇଁ ଅଣ୍ଟା ଭିଡୁଛି । ତେବେ ଏହି ବାତ୍ୟା ଆମେରିକାର ଦକ୍ଷିଣ ପୂର୍ବ ରାଜ୍ୟ ଫ୍ଲୋରିଡାରେ ଅଧିକ ପ୍ରଭାବ ପକାଇବାର ଆଶଙ୍କା ରହିଛି । ତେଣୁ ଏ ନେଇ ପ୍ରଶାସନ ମଧ୍ୟ ସତର୍କ ରହିଥିବା କୁହାଯାଇଛି ।
ସୂଚନା ଅନୁସାରେ, ବାତ୍ୟା ଏଲସା ହାଇତି ଏବଂ ଡୋମିନିକା ରିପବ୍ଲିକରେ ନିଜ କରାଳ ରୂପ ଦେଖାଇ ସାରିଛି । ହଜାର ହଜାର ଗଛ ଉପୁଡିବା ସହ ଅନେକ ଘରର ଛାତ ମଧ୍ୟ ଉଡାଇ ନେଇଛି ବାତ୍ୟା ଏଲସା । ଏବେ ଏହା ଦୁର୍ବଳ ହେବା ସହ ଫ୍ଳୋରିଡା ଆଡକୁ ଗତି କରୁଥିବା ଜଣାଯାଇଛି । ଜାମାଇକା ଉପକୂଳରୁ ଏହାର କେନ୍ଦ୍ର ୧୭୫ କିମି ରହିଥିବା ବେଳେ ଏହାର ବେଗ ୨୫ କିମି ପ୍ରତି ଘଣ୍ଟା ଥିଲା । ଯାହା ଫଳରେ ୧୦୦ କିମି ବେଗର ପବନରେ ଏଭଳି କ୍ଷୟକ୍ଷତି ଘଟଥିଲା । ତେବେ ଏହା କ୍ରମଶଃ ଦୁର୍ବଳ ହୋଇଛି ।
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଫ୍ଲୋରିଡା ପ୍ରଶାସନ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ସହ ସମୁଦ୍ର କୂଳରେ ଥିବା ଏକ ୧୨ ମହଲା ମୋଠାକୁ ଧ୍ୱଂସ କରିଛି । ଏହି ସମୟରେ ପ୍ରାୟ ୧୨୧ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ତେବେ ସେମାନଙ୍କୁ ଭଗ୍ନାବଶେଷ ତଳୁ ଖୋଜା ଖୋଜି କାର୍ଯ୍ୟ ଚାଲୁ ରହିଛି । ନିଖୋଜ ବ୍ୟକ୍ତିମାନେ ନ ମିଳିବା ପର୍ଯ୍ୟନ୍ତ ଖେଜାଖୋଜି କାର୍ଯ୍ୟ ଜାରି ରହିବ ବୋଲି ଗଭର୍ଣ୍ଣର କହିଛନ୍ତି ।