୧୦ ତାରିଖରେ ଆଉ ଏକ ଲଘୁଚାପ

ନୂଆଦିଲ୍ଲୀ : ୧୦ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ଅଧିକ ସୁସ୍ପଷ୍ଟ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିବାସ ସହ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରିବ। ଏହାର ପ୍ରାଭାବରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରାବଳ ବା ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ବିଜୁଳି ଓ ଘଡଘଡି ହେବା ନେଇ ଆଶଙ୍କା ମଧ୍ୟ ରହିଛି ।