ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ମୁଖିଆଙ୍କ ହସ୍ପିଟାଲରେ ରହଣି ରାତ୍ରୀର ଘଟଣା, ବୋଧେ ଆଉ କାହାକୁ ଅଛପା ନାହିଁ । ଯେଉଁ ରାତିରେ ବିଜେଡି ନେତା ଆଉ ବିଜେଡି ନେତାଙ୍କ କଳିକୁ ନେଇ ଏବେ ମଧ୍ୟ ରାଜ୍ୟ ରାଜନୀତି ସରଗରମ । ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଖବର କାଗଜ । ସବୁଠି ଏବେ “ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍ ଅଫ୍ ଦ ପାର୍ଟି”କୁ ନେଇ ସବୁଠି ଚର୍ଚ୍ଚା । ଯାହା ଏବେ ଦଳ ପାଇଁ ଆଉ ଏକ ବିରାଟ ସମସ୍ୟ ହୋଇ ଉଭା ହୋଇଛି ।

ହେଲେ ଏହା ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ହସ୍ପିଟଲାର ସେହି କଥା କଟା କଟି ଏବଂ ଧମକ ଚମକର କଥା । ସେଠାରେ ଉପସ୍ଥିତ ଥିବା କେଉଁ ବିଜେଡି ନେତା ପଦାକୁ ଆଣିଲେ ? କିଏ ଦଳର ଏହି ଭିତିରି କଥାକୁ ସ୍କ୍ରିପ୍ତିଂ କରି. ଦଳରେ ଫାଟ କରିବାକୁ ଷଡଯନ୍ତ୍ର ରଚିଲା ? କାହାର ରହିଛି ଏଥିରେ ଫାଇଦା ? ନବୀନ ୨ ଦିନ ହେବ ଅସୁସ୍ଥ ହେବା କଥା ହେଉକି, ଭୟରେ ନବୀନଙ୍କ ରୋଗ ଲୁଚାଇବା କଥା ହେଉ । ତବେ ନବୀନ ନିବାସ ନାଁରେ, ଏଭଳି ଖବର ବଜାରକୁ କିଏ ଛାଡିଲା । ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏମିତି କି ପାଣ୍ଡିଆନଙ୍କୁ ମଧ୍ୟ ଖଳନାୟକ ଭାବରେ ଦର୍ଶାଯାଇଛି । କାରଣ ସେଠାରେ ଉପସ୍ଥିତ ଥିବା ବିଜେଡି ଓ କଂଗ୍ରେସ ନେତାଙ୍କୁ, ପାଣ୍ଡିଆନ୍ ନାଲି ଆଖି ଦେଖାଇଥିବା ବାହାରେ କୁହାଗଲା ।

ତେବେ ଦଳର ଏହି ନିନ୍ଦା ପଛରେ, ବିଜେଡିର କିଛି ମାମଲତକାର ନେତା ହିଁ ରହିଛନ୍ତି । ଯେଉଁ ମାନଙ୍କର ମୋଟିଭ ହେଉଛି ଦଳକୁ ବଦନାମ୍ କରି ତଳି ତଳାନ୍ତ କରିବା । ସିଧା ସିଧା କହିବାକୁ ଗଲେ ଏମାନେ ଦଳରେ ରହି, ବିଭୀଷଣର ଭୂମିକାକୁ ପ୍ରତିପାଦନ କରୁଛନ୍ତି । ଯେଉଁ ତାଲିକାରେ ଦଳର ୨-୩ ଜଣ ଛାମୁଆ ନେତାଙ୍କ ନାଁ ରହିଛି । ଆଉ ଏବେ ସମସ୍ତେ, ନବୀନ ସୁସ୍ଥ ହୋଇ ଫେରିବା ଦିନକୁ ଚାହିଁଛନ୍ତି । କାରଣ ସେ ଫେରିଲେ ଏହି ୨-୩ ଜଣ ବିଭୀଷଣଙ୍କୁ ଶାସ୍ତି ଦିଆଯିବ ବୋଲି ଚର୍ଚ୍ଚା ହେଲାଣି ।