ବଜ୍ରାଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ, ପରିବାରର ଦୁଇ ଗୁରୁତର

(ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି): ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୬୯ ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସଙ୍କ ବଜ୍ରପାତ ଜନିତ ମୃତ୍ୟୁ । ସେହିଭଳି ଘଟଣାରେ ପରିବାରର ଦୁଇଜଣ ଗୁରୁତ୍ୱର ଥିବା ମଧ୍ୟ ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଅନିମା ନିଜ ଘର ବାରଣ୍ଡାରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ଅନିମାଙ୍କ ସମେତ ପରିବାରର ଦୁଇ ଜଣ ଗୁରୁତର ହୋଇପଡ଼ିଥିଲେ । ତେବେ ଗୁରୁତର ମାନଙ୍କୁ ପରିବାର ଲୋକେ ପଡିଆ ଗୋଷ୍ଟିସ୍ବାସ୍ତ୍ୟକେନ୍ଦ୍ରକୁ ଆଣିଥିବାବେଳେ ଡାକ୍ତର ସେଠାରେ ଅନିମାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷେ ଘଟଣାରେ ଗୁରୁତର ଦୁଇଜଣଙ୍କୁ କାଲିମେଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନିମାଙ୍କ ସ୍ୱାମୀ ବର୍ଷେ ପୁର୍ବରୁ ମୃତ୍ଯୁବରଣ କରିଥିବା ବଳେ ତାଙ୍କର ବର୍ତ୍ତମାନ ୯ ବର୍ଷର ଗୋଟିଏ ପୁଅ ଓ ୧୪ ବର୍ଷର ଗୋଟିଏ ଝିଅ ଥିବା ଜଣାପଡିଛି । ମୃତ ଅନିମାଙ୍କ ମୃତଦେହକୁ ଶବ ବ୍ୟବଛେଦ ନିମନ୍ତେ ମାଲକାନଗିରି ଅଣାଯାଇଛି ।