OSRTC ବସ ସହ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ,୩ ଗୁରୁତର

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ପୁଣି OSRTC ବସ ଦୁର୍ଘଟଣା ଗସ୍ତ । ଗଞ୍ଜାମ ଜିଲ୍ଲା ହିଂଜିଳି ବ୍ଲକ ଧୋବାଡି ପାଟପୁର ମୁଖ୍ୟ ରାସ୍ତାରେ ଘଟିଛି ଦୁର୍ଘଟଣା। ହିଞ୍ଜିଳିକାଟୁରୁ ପୁରୀ ଯାଉଥିବା OSRTC ବସ ସହ ଏକ ଯାତ୍ରୀ ବାହୀ ଅଟୋ ଧକ୍କା ହୋଇଛି। ଅଟୋ ରେ ବସିଥିବା ଡ୍ରାଇଭର ସମେତ ତିନି ଜଣ ଯାତ୍ରୀ ଆହତ ହୋଇଚିନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।