ରାୟଗଡା: ରାୟଗଡା ଜିଲ୍ଲା କାଶୀପୁରରେ ଅତଙ୍କ ରଚିଛି ଅଜଣା ରୋଗ । ଏହି ଅଜଣା ରୋଗରେ ଗଲାଣି ୪ ଜୀବନ । ଏହା ସହ ଅନେକ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଚଳିତ ମାସ ୩ ତାରିଖ ଠାରୁ ଏହି ରୋଜ ବ୍ୟାପି ଥିବା କୁହାଯାଉଥିବା ବେଳେ ଗାଁକୁ ସାତ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି । ଟିମରେ ଭୁବନେଶ୍ୱରରୁ ଆଡିସନାଲ ଡାଇରେକ୍ଟର ଡ଼ାକ୍ତର ଆଦିତ୍ୟ ମହାପାତ୍ର, ଜଏଣ୍ଟ ଡାଇରେକ୍ଟର, କୋରାପୁଟ ଝଖଘ ମେଡିକାଲ କଲେଜର ୫ ଜଣଙ୍କ ସହ ରାୟଗଡର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ଅନୁଧ୍ୟାନ ପରେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ।
ସୂଚନା ଅନୁଯାୟୀ, ଏହି ରୋଗରେ ଆକ୍ରାନ୍ତ ଶିଶୁମାନଙ୍କ ଗଳା ଫୁଲିବା ସହିତ ଜ୍ବର ହେଉଛି । ବିଶେଷ କରି ଏହି ରୋଗରେ ଶିଶୁ ଏବଂ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିବା ସୂଚନା ମିଳିଛି।